ଭୁବନେଶ୍ୱର: ନିର୍ବାଚନ ବେଳେ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବା ପାଇଁ ଡିଜିପିଙ୍କୁ ରାଜ୍ୟ ନିର୍ବାଚନ କମିଶନରଙ୍କ ଚିଠି । ସବୁ ଜିଲ୍ଲାରେ ଡିଏସ୍ପି ରାଙ୍କ୍ର ଅଫିସରଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ବ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିର୍ବାଚନ ପ୍ରକ୍ରିୟାରେ ଅନେକ ସ୍ଥାନରେ କୋଭିଡ୍ ନିୟମ ଉଲ୍ଲଘଂନ ହେଉଛି । ତାହା ଉପରେ ମଧ୍ୟ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ଏପରିକି କେତେକ ସ୍ଥାନରେ ନିୟମ ନମାନି ସାଧାରଣ ସଭା ହେଉଛି । ତାହାକୁ ତୁରନ୍ତ ବନ୍ଦ କରାଯାଉ । ଖାସ୍ କରି ନାମାଙ୍କନ ଦାଖଲ ବେଳେ ଅଧିକ ଭିଡ଼ ଉପରେ କଟକଣା ଲଗାଯିବ ଉଚିତ୍ । ସମସ୍ତ କଟକଣାକୁ ପାଳନ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।