ଭୁବନେଶ୍ୱର: ନିଖୋଜ ହେବାର ୨ ବିତି ଗଲାଣି ହେଲେ ଏଯାଏ ମିଳିନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀଙ୍କୁ ଲଗାତାର ୩୬ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇପାରିନି।
ଏନଡିଆରଏଫ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି। ହାନଦୀରେ ପାଣିର ସୁଅଥିବାରୁ ଉଭୟ ଦୂରକୁ ଭାସିଯାଇଥିବା ସନ୍ଦେହ କରାଯାଉଛି । ବିଭିନ୍ନ ସ୍ଥାନରେ ଦୁଇ ନାବାଳକଙ୍କୁ ଖୋଜାଖୋଜି କରାଯାଉଛି । ମଙ୍ଗଳବାର ଅପରାହ୍ନରେ ଦୁଇ ନାବାଳକ ଛାତ୍ର ଅନ୍ୟ ୬ଜଣ ସାଙ୍ଗଙ୍କ ସହ ମହାନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ।