ଭୁବନେଶ୍ୱରରେ ପହଞ୍ଚିଲେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି

0

(ଭୁବନେଶ୍ୱର): ଦେଶର ସେନା ଉପମୁଖ୍ୟ ହେବାକୁ ଯାଉଥିବା ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ୧୨୦ ବାଟାଲିୟନ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ । ଗୋପାଳପୁର ଗୋଳାବନ୍ଧ ଆର୍ମି ଡିଫେନ୍ସ କଲେଜ ପରିଦର୍ଶନ କରିବା ପରେ ସେ ଭୁବନେଶ୍ୱରରେ ଆସିଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ତେବେ ଗତକାଲି ଓଡ଼ିଶାରେ ଥିବାବେଳେ ସେ ଏହି ଖୁସି ଖବର ପାଇଥିଲେ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ନିଜ ଖୁସି ବ୍ୟକ୍ତ କରିଛନ୍ତି ।
ନିଜ ଜନ୍ମମାଟିରେ ଏପରି ଖୁସି ଖବର ପାଇବା ମୋ ପାଇଁ ବଡ ସୌଭାଗ୍ୟ ବୋଲି ସେ କହିଛନ୍ତି । ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ହେବା ପରେ ସେନାରେ କିପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଓଡ଼ିଆ ପିଲାମାନେ ଅଧିକ ସଂଖ୍ୟାରେ ଯେପରି ସେନାରେ ଭର୍ତ୍ତି ହେବେ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି। ବର୍ତ୍ତମାନ ଦେଶର ସେନା ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଏସକେ ସାଇନି ଜାନୂଆରୀ ୩୧ରେ କାର୍ଯ୍ୟରୁ ଅବସର ନେବେ । ଏହାପରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଏହି ପଦବୀର ଦାୟିତ୍ୱ ନେବେ ।