ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟ ସାରା ଅସହ୍ୟ ତାତି ପରେ ଏଥିରେ ପାଗ ସାମାନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡିଛି । ଏନେଇ ପୂର୍ବନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଆଗାମୀ ୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ତେବେ ଆଜି ମଧ୍ୟ ତାତିରେ ଲୋକ ଅସମ୍ଭାଳ ହୋଇପଡିଛନ୍ତି । ଏହାରି ଭିତରେ ଏହି ଖବର ଆଶ୍ୱସ୍ତିି ଆଣିଛି । ଆସନ୍ତା ୫ ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ବିଶେଷ ଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଆଜି ମଧ୍ୟମ ଧରଣାର ବର୍ଷାର ସମ୍ଭାବନା ରହିଛି । ଏମିତିକି ଗଞ୍ଜାମ , ଗଜପତି, ରାୟଗଡା, ମାଲକାନଗିରି, ତାଛଡା ନବରଙ୍ଗପୁର ଓ ନୂଆପଡା ଏସବୁ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଯେଉଁ ତାପମାତ୍ରା ରହୁଥିଲା ତାହା ଆସନ୍ତା କାଲଠାରୁି ବର୍ଷା ପ୍ରଭାବରେ ତାପମାତ୍ରା କମିବ । ଏହା ପରେ ୧୭ ତାରିଖରେ ଉତ୍ତର ଉପକୂଳ ଓଡିଶାରେ ବର୍ଷା ସହିତ ୧୮ ତାରିଖରେ ସମସ୍ତ ଉପକୂଳ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ୧୬,୧୭,୧୮ରେ ବିଜୁଳି ଘଡ ଘଡି ସହିତ ବର୍ଷା ହେବ ।