ପେଟିଏମ୍ , ଗୁଗୁଲ ପେ ପରେ ବଜାରକୁ ଆସିବ ଲିବ୍ରା

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସୋସିଆଲ୍ ମିଡିଆ ବରିଷ୍ଠମାନେ କ୍ରିପ୍ଟୋକରେନ୍ସୀ ଉପରେ ଆଧାରିତ Calibra ପ୍ଲାଟଫର୍ମକୁ ଲଞ୍ଚ୍ କରିଛନ୍ତି । ଏହା ଏକ ପ୍ରକାରର ପେମେଣ୍ଟ୍ ସିଷ୍ଟମ୍ ଯାହା ଆଗାମୀ ବର୍ଷ ସାଧାରଣ ୟୁଜର୍ସଙ୍କୁ ମିଳିବ । ଏଥିରେ ଲିବ୍ରାର ଟ୍ରାଞ୍ଜାକ୍ସନ୍ ମଧ୍ୟ କରାଯିବ । ଲଞ୍ଚ୍ ହେବା ପରେ ଏହା ଉଭୟ ହ୍ୱାଟସଆପ୍ ଏବଂ ମେସେଞ୍ଜରରେ କାମ କରିବ । ଅର୍ଥାତ୍ ୟୁଜର୍ସ ଏବେ ଟଙ୍କାର ନେଣଦେଣ ଫେସବୁକ୍ ମାଧ୍ୟମରେ ହିଁ କରିପାରିବେ । କେବଳ ଏତିକି ନୁହଁ କମ୍ପାନୀ ଏବେ ଏକ ଡିଜିଟାଲ୍ ୱଲେଟ୍ ସିଷ୍ଟମ୍ ବାହାର କରିଛି ଯେଉଁଥିରେ ଟ୍ରାଞ୍ଜାକ୍ସନ୍ ର ରେକର୍ଡ ରଖାଯିବ । ତେବେ ଭାରତରେ ପେ ଟିଏମ୍ ଏବଂ ଗୁଗଲ୍ ପେ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଅଛି ଏବଂ ଏହି ଦୁଇ ଆପ୍ ଏବେ ଖୁବ୍ ଲୋକପ୍ରିୟ । ଏହାଛଡା ଫୋନ୍ ପେ ଭଳି ଆପ୍ ମଧ୍ୟ ରହିଛି । ଏବେ ଫେସବୁକ୍ ର ଘୋଷଣା ପରେ ପେଟିଏମ୍ ଏବଂ ଗୁଗଲ୍ ପେ ପାଇଁ ଅସୁବିଧା ବଢିଯାଇଛି । ଫେସବୁକ୍ ପାଖରେ କୋଟି କୋଟି ୟୁଜର୍ସ ଥିବାରୁ ଏହି ସିଷ୍ଟମ୍ କୁ ୟୁଜର୍ସ ଅଧିକ ବ୍ୟବହାର କରିବେ ବୋଲି କୁହାଯାଉଛି ।