ଲାଇସେନ୍ସ ପାଇଁ ୫ ଅତିରିକ୍ତ କେନ୍ଦ୍ର

0

(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ଆଜି ଲୋକସେବା ଭବନଠାରେ ପରିବହନ ବିଭାଗର ବୈଠକ ଅନୁଷ୍ଠିତ ହୋଇଛି । ପରିବହନ ବିଭାଗର ନିଷ୍ପତ୍ତି ଅନୁସାରେ ଖୋର୍ଦ୍ଧାରେ ଗୋଟିଏ ଏବଂ ଭୁବନେଶ୍ୱରରେ ଚାରୋଟି ସ୍ଥାନରେ ଡ଼୍ରାଇଭିଂ ଲାଇସେନ୍ସ ପାଇଁ ହେବ ଅସ୍ଥାୟୀ କ୍ୟାମ୍ପ । ଗୋଟିଏ ଦିନରେ ଲୋକଙ୍କୁ ମିଳିବ ଲାଇସେନ୍ସ ପାଇଁ ଲନିଙ୍ଗ । କେଉଁ ସ୍ଥାନରେ କ୍ୟାମ୍ପ ହେବ ସେ ନେଇ ସୂଚନା ଦିଆଯିବ ବୋଲି ପରିବହନ ସଚିବ ଜି ଶ୍ରୀନିବାସ ଓ ପରିବହନ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।