ଏନସେଫାଲାଟିସ୍ ମୁକାବିଲା ପାଇଁ ବିଭାଗ ପ୍ରସ୍ତୁତ: ନବ

0

(ସରୋଜ ରାଉତ) ଭୁବନେଶ୍ୱର: ବିହାରରେ ଶତାଧିକ ଶିଶୁ ଲିଚୁ ଖାଇ ମୃତ୍ୟୁବରଣ କରିବା ପରେ ଓଡିଶା ସରକାର ସତର୍କ ହୋଇଛି । ଲିଚୁ ସାମ୍ପଲ ସଂଗ୍ରହ ପୂର୍ବକ ଟେଷ୍ଟ କରାଯାଉଛି । ଏଯାବତ୍ ଟେଷ୍ଟରେ କୌଣସି ପଜିଟିଭ ରେଜଲ୍ଟ ଆସି ନ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ତେବେ ଟେଷ୍ଟ ପାଇଁ ଲିଚୁକୁ ବିହାର ଲାବୋରେଟୋରୀ ପଠାଯିବା ଉପରେ ମନ୍ତ୍ରୀ କହିଛନ୍ତି ଆମ ରାଜ୍ୟର ଲାବୋରେଟୋରୀ ଓ ବିହାର ଲାବୋରେଟୋରୀ ମଧ୍ୟରେ କୌଣସି ତଫାତ୍ ନାହିଁ । ତେଣୁ ସେଠାକୁ ପଠାଇବାର ଆବଶ୍ୟକତା ନାହିଁ । ଯଦି ସେପରି କିଛି ସୂଚନା ଆସେ ବିଭାଗ ତାର ପ୍ରତିକାର ପାଇଁ ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ବିହାରରେ ଏନସେଫାଲାଇଟିସ୍ ଯୋଗୁଁ ୨୨୮ ଶିଶୁ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ବିହାରର ଲିଚୁ ବହୁଳ ଅଂଚଳ ହୋଇଥିବା କାରଣରୁ ଏଠାରେ ଲିଚୁ ଖାଇ ଏଭଳି ସ୍ଥିତି ଉପୁଜୁଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଫଳରେ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଛି । ଲୋକମାନେ ଏବେ ବଜାରରୁ ଲିଚୁ କିଣିବା ପାଇଁ ପଛଘୁଂଚା ଦେଉଛନ୍ତି । ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଭୟକୁ ଦୂର କରିବା ପାଇଁ ରାଜ୍ୟର ବିଭିନ୍ନ ମାର୍କେଟରୁ ଲିଚୁର ସାମ୍ପଲ ଆଣି ଟେଷ୍ଟ କରିବା ପାଇଁ ଖାଦ୍ୟ ସୁରକ୍ଷା କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।