ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପତ୍ନୀ

0

ଜୟପୁର-: ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁର୍ଭାଗ୍ୟବଶତଃ ହେଲିକପ୍ଟରର ପାଇଲଟ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ରାଜବୀର ସିଂହ ଚୌହାନଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ରାଜସ୍ଥାନର ଜୟପୁର ଚାନ୍ଦପୋଲ ମୋକ୍ଷଧାମରେ ଅନୁଷ୍ଠିତ ହୋଇଥିଲା । ରାଜବୀରଙ୍କ ଅନ୍ତିମ ଯାତ୍ରାରେ ତାଙ୍କ ପତ୍ନୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପିକା ଚୌହାନ ସେନା ପୋଷାକ ପିନ୍ଧି ସ୍ୱାମୀଙ୍କ ଫୋଟକୁ ଧରି ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ସ୍ୱାମୀଙ୍କ ମରଶରୀରକୁ ଦେଖି ଭାଙ୍ଗି ପଡିବା ସହ କାନ୍ଦି କାନ୍ଦି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ଦୀପିକା । ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖାଯାଇଛି ଯେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପିକା ଚୌହାନ ତାଙ୍କ ସ୍ୱାମୀଙ୍କ କଫିନ ପାଖରେ ଠିଆ ହୋଇ ଅଶାନ୍ତ ଭାବରେ କାନ୍ଦି କାନ୍ଦି ଅନ୍ତିମ ବିଦାୟ ଦେଇଥିଲେ ।

 

View this post on Instagram

 

A post shared by Mojo Story (@themojostory)