ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଗଲା ଜୀବନ

0

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଗାଧୋଇବାକୁ ଯାଇ ପୋଖରୀରେ ବୁଡି  ଗଲା ଜୀବନ। ଏଭଳି ଘଟଣା ଘଟିଛି  ଚମ୍ପୁଆ ଥାନା ଚଉଠିଆ ଗ୍ରାମରେ  । ତେବେ ମୃତକ ଜଣଙ୍କ ୫୫ ବର୍ଷିୟ ଜଳଧର ବାରିକ  ।

 ସୂଚନା ଅନୁସାରେ ଜଳଧର ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ସେ ଅନେକ ସମୟ ପରେ ବି ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ବହୁ ଖୋଜା ଖୋଜି ପରେ  ତାଙ୍କୁ ପୋଖରୀରୁ ଉଦ୍ଧାର କରି ଚମ୍ପୁଆ ମେଡିକାଲ କୁ ନିଆ ଯାଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ଚମ୍ପୁଆ ପୋଲିସ ମୃତ ଦେହକୁ ଜବତ୍ କରି ତଦନ୍ତ ଚଳାଇଛି ।