୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାଶ କଲା ପୋଲିସ

0

(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର ) : ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ଫର୍ଦ୍ଦାଫାସ କରିଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ । ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୧୫ ଲକ୍ଷ ୩୦ ହଜାର ,ପାଞ୍ଚଟି ବାଇକ ଓ ୧୦ ଟି ମୋବାଇଲ ଫୋନ ଜବତ କରିଥିଲେ। ଘଟଣାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ସୁନିଲ ମହାରଣା ସୋନପୁର ର ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ହେଲେ ବୈ।ଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଅଞ୍ଚଳର ଉତ୍ତମ କୁମାର ଦିପ,ହରିବୋଲ ସାଣ୍ଢ,ଅମ୍ବୁଜ ବେହେରା, ସାରଦୁଲ ଗାଇଗରିଆ,ସମସ୍ତଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିତାରାମ ସତପଥି ଗତ ୨୩ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଆଜି ପୁଣି ଆରକ୍ଷୀ ଅଧିକ୍ଷକ ଙ୍କ ସମ୍ମିଳନୀ କକ୍ଷରେ ସେହି ଚୋରି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସୂଚନା ଦେଇଥିଲେ । ୨ଅଭିଯୁକ୍ତ ହେଲେ ବୈ।ଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଅନ୍ତର୍ଗତ ମାନସ କୁମାର ଚାଉଲିଆ ଚାଉଲିଆ ଓ ରାଜେନ୍ଦ୍ର ରାଜହସଂ।ତାଙ୍କ ପାଖରୁ ୨ ଲକ୍ଷ ୮୬ ହଜାର, ଗୋଟିଏ ଏଆର କୁଲର,ଗେଷ୍ଟ ଷ୍ଟୋଫ,ଟାଟାସ୍କାଏ ସେଟଫ ବସ୍କ,ଗୋଟିଏ ଗ୍ରାଇଣ୍ଡର,ମ୍ବୁଜିକ ବସ୍କ ଓ ଗୋଟିଏ ଏଲ ସି ଡି ଟିଭି, ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜିଲ୍ଲା ଏସପି ସୀତାରାମ ଶତପଥି ସୂଚନା ଦେଇଛନ୍ତି।