ବିଛଣା ଉପରେ ବସି ଖାଇଲେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଅଧିକାଂଶ ଲୋକଙ୍କର ବିଛଣାରେ ବସି ଖାଦ୍ୟ ଖାଇବାର ଏକ ମନ୍ଦ ଅଭ୍ୟାସ ରହିଥାଏ। ହେଲେ ଆପଣ ଜାଣନ୍ତି କି ବିଛଣାରେ ବସି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କୁ ବିଭିନ୍ନ ରୋଗ ହୋଇପାରେ। ଏହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ। ଆସନ୍ତୁ ଜାଣିବା ବିଛଣାରେ ବସି ଖାଇବା ଦ୍ୱାରା କ’ଣ କ୍ଷତି ହୋଇପାରେ।
ବିଛଣା ଉପରେ ବସି ଖାଇଲେ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ। ଅଧିକାଂଶ ଲୋକ ବିଛଣାରେ ବସି ଖାଇବା ସହ ଟିଭି ଦେଖିଥାନ୍ତି। ସର୍ଭେରୁ ଜଣାପଡ଼ିଛି ଯେ, ଏମିତି ଅଭ୍ୟାସ ଥିବା ଲୋକମାନଙ୍କୁ ଭଲ ନିଦ ହୋଇନଥାଏ। ବିଛଣାରେ ଖାଦ୍ୟ ଖାଇବା ଦ୍ୱାରା ଅସରପା ବିଛଣାକୁ ଆସନ୍ତି। ଫଳରେ ଆପଣ ରୋଗରେ ପଡ଼ି ପାରନ୍ତି। ସେଥିପାଇଁ ଆପଣ ଡାଇନିଙ୍ଗରେ ଖାଦ୍ୟ ଖାଇବାକୁ ଅଭ୍ୟାସ କରନ୍ତୁ।
ଅନେକ ଅଧିକ ଦିନ ପର୍ୟ୍ୟନ୍ତ ବିଛଣାକୁ ସଫା କରିନଥାନ୍ତି। ଫଳରେ ସେଠାରେ ଅନେକ ଜୀବାଣୁ ସୃଷ୍ଟି ହୋଇଥାନ୍ତି। ଆପଣ ଯେତେବେଳେ ଖାଦ୍ୟ ବିଛଣାରେ ବସି ଖାଆନ୍ତି ସେତେବେଳେ ଆପଣ କିଛି ଖାଇକି ପକେଇଥିଲେ ସେଠାରେ ମଧ୍ୟ ଜୀବଣୁ ରହିଯାଆନ୍ତି। ଫଳରେ ଆପଣ ରୋଗରେ ପଡ଼ିପାର ଆଶଙ୍କା ଅଧିକ ଥାଏ।