(ଭୁବନେଶ୍ୱର) : ଆସନ୍ତା ୨୧ ତାରିଖରୁ ଲଗାତାର ଭାବେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ଦିନରେ ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବଢ଼ିବ । ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ସହ ଗରମ ଅନୁଭୂତି ହେବ ।
କାଳବୈଶାଖୀ ବର୍ଷାର ବିଶେଷ ପ୍ରଭାବ ନ ଥିବାରୁ ଗରମ କମିବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ସେପଟେ ଆସନ୍ତା ସପ୍ତାହର ଆରମ୍ଭରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ ଓ ମିଆଁମାର ଆଡ଼କୁ ମୁହାଁଇପାରେ ବୋଲି ବିଭିନ୍ନ ମଡେଲ ଆକଳନ କରୁଛନ୍ତି ।
ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା କମ୍ ବୋଲି ମଡେଲରେ କୁହାଯାଇଛି । ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବନି ।