ଭୁବନେଶ୍ୱର: ଆଗାମୀ ୨ ଦିନ ଓଡ଼ିଶାରେ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି , କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, କଟକ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ,କଟକ, ଜଗତସିଂହପୁର, ମାଲକାନାଗିରି, କୋରାପୁଟ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା। ୨୩ , ୨୪ ତାରିଖରେ ବର୍ଷା ରହିଥିବା ବେଳେ ୨୫ ତାରିଖରେ କମିବ ବର୍ଷାର ପରିମାଣ। ହାଲୁକା ବର୍ଷା ଉପକୂଳ ଓଡ଼ିଶାରେ ଅର୍ଥାତ୍ ଗଞ୍ଜାମ , ଗଜପତି ରେ ହେବା ସମ୍ଭାବନା। ବର୍ତ୍ତମାନ ରାଜ୍ୟରେ ଶୀତ ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ କମିବ।