ବଜ୍ରାଘାତ ନେଲା ୩ ଜୀବନ, ଜଣେ ଆହତ : ମୟୁରଭଞ୍ଜ ଓ ଭଦ୍ରକରେ ଘଟିଛି ଘଟଣା

0

ଭୁବନେଶ୍ୱର : ବଜ୍ରାଘାତରେ ଦୁଇ ଦମ୍ପତ୍ତି ମୃତ । ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ ନେଲା ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଶିଙ୍ଗରପୁର ଗାଁରେ ଘଟିଛି । ମୃତକ ହେଉଛନ୍ତି, ଶିଙ୍ଗରପୁର ଗାଁର ୪୬ବର୍ଷୀୟ ଲକ୍ଷ୍ମଣ ମୁର୍ମୁ ଓ ତାଙ୍କ ସ୍ତ୍ରୀ ସାକର ମୁର୍ମୁ। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଉଦ୍ଦେଶ୍ୟରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ଅନ୍ୟପଟେ ଭଦ୍ରକରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ । ଆଗରପଡ଼ା ଥାନା ସାହୁପଡ଼ା କେନାଲ ପୋଲ ନିକଟରେ ସାହୁପଡ଼ା ଗାଁର ୨୯ବର୍ଷୀୟ ଅମର ସେଠୀ ନିଜ ଜମିରେ ଚାଷ କାମ କରୁଥିବା ବେଳେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ସେହି ସମୟରେ ଗାଁର ତାରିଣୀ ମନ୍ଦିର ନିକଟ କ୍ଷେତରେ ଚାଷ କାର୍ୟ୍ୟ କରୁଥିବା ୫୮ବର୍ଷୀୟ ଚକ୍ରଧର ଦାସ ମଧ୍ୟ ବଜ୍ରପାତର ଶିକାର ହୋଇଛନ୍ତି ।ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅମର ବଜ୍ରାଘାତରେ ଆହତ ହୋଇଥିବାବେଳେ ଡ଼ାକ୍ତର ଚକ୍ରଧରଙ୍କୁ ମୃତ ଘୋଷଣା କରିଛନ୍ତି।