ଆହୁରି ଦାମ୍ ବଢିବା ସମ୍ଭାବନା, ଆନ୍ତର୍ଜାତୀକ ବଜାର ଦର ବି ରକେଟ୍ ମୁହାଁ

0

ଭୁବନେଶ୍ୱର: ସୁନା ୧୦ ଗ୍ରାମ ପିଛା ପୁଣି ୪୮୦ଟଙ୍କା ବୃଦ୍ଧି ପାଇଛି । ଦର ବୃଦ୍ଧି ପାଇ ଏହା ବର୍ତମାନ ୬୧ ହଜାର ୭୮୦ ଟଙ୍କାରେ ପହଂଚିଛି । ଏହା ହେଉଛି ସୁନା ଦାମରେ ସର୍ବ କାଳୀନ ଦର ବୃଦ୍ଧି ରେକର୍ଡ । ରୂପା ଦାମ ମଧ୍ୟ କେଜି ପିଛା ୪୧୦ ଟଙ୍କା ବୃଦ୍ଧି ପାଇଛି । ଏବେ ରୂପା କେଜି ୭୭ ହଜାର ୫୮୦ ଟଙ୍କା ରହିଛି । ଆନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୨୦୪୧ ଡଲାର ଓ ରୂପା ୨୫.୮୮ ଡଲାର୍ ହୋଇଛି । ଗୋଲ୍ଡ ମାର୍କେଟ ଆନାଲିସିଷ୍ଟ ମତ ଅନୁସାରେ ଦିଲ୍ଲ୍ୀରେ ଗୋଲ୍ଡ ସ୍ପଟ୍ ରେଟ୍ ୬୧ ହଜାର ୭୮୦ ଟଙ୍କାରେ ପହଂଚିଛି, ଯାହା କି ଭାରତୀୟ ବଜାରରେ ଏହା ସର୍ବ କାଳିନ ରେକର୍ଡ । ଗତ କିଛି ମାସ ହେବ ଭାରତରେ ଅପ୍ରତ୍ୟାଶିତ ଭାବେ ସୁନା ଦାମ୍ ବୃଦ୍ଧି ପାଇ ଚାଲିଛି ।