୫ବର୍ଷ ହେବ ଅଚଳାବସ୍ଥା : ଉପାସ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ

0

ଭୁବନେଶ୍ୱର : ଉପାସରେ ଅଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ। ବଡୁ ଓ ପୂଜାପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ସମ୍ପୂର୍ଣ୍ଣ ବିଭ୍ରାଟ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରେ ଲିଙ୍ଗରାଜ ଉପବାସରେ ଅଛନ୍ତି । କେବଳ ଚଳିତ ବର୍ଷ ନୁହେଁ ଗତ ୫ ବର୍ଷ ହେବ ଏପରି ଅଚଳାବସ୍ଥା ଲାଗି ରହିଛି । ପ୍ରତିବର୍ଷ ଶିବ ପଵିତ୍ରାରୋପଣର ଦିନକ ପୂର୍ବରୁ ନୀତିକାନ୍ତି ବନ୍ଦ ହୋଇଯାଉଛି । ଏଥିରେ ରୋକ ଲଗାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଚେଷ୍ଠା କରାଯାଇଥିଲା । ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସହକାରୀ ଦେବୋତ୍ତର କମିଶନରଙ୍କ ଠାରେ ଏକ ଅନ୍ତରୀଣ ଆବେଦନ ହୋଇଥିଲା । ହେଲେ ବର୍ତ୍ତମାନ ସ୍ଥିତିରେ ଅଚାନକ ଏପରି ଅଚଳାବସ୍ଥା ଦେଖିବାକୁ ମିଳିଛି।