ରାସ୍ତାରେ ପଡିଥିଲା ମୃତଦେହ ଶିଶୁପୁତ୍ର ଝୁଣି ଖାଇଲା ବୁଲା କୁକୁର

0

ବ୍ୟୁରୋ : ଶିଶୁପୁତ୍ରର ମୃତଦେହକୁ ଝୁଣି ଝୁଣି ଖାଇଲା କୁକୁର । ନୟାପଲ୍ଲୀ ଅଂଚଳରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଦୃଶ୍ୟ ଦେଖି ସ୍ଥାନୀୟାବାସିନ୍ଦା ପୋଲିସକୁ ସୂଚନା ଦେଇଛନ୍ତି । ନବଜାତ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ । ମୃତ ନବଜାତ କିଏ ଓ କାହିଁକି ସେ ବାହାରେ ପଡିଛି ତାହା ଅସ୍ପଷ୍ଟ । ଏହି ଦୁଃଖଦ ଘଟଣା ପାଇଁ କିଏ ଦାୟୀ ? କୋଉଠୁ ଆସିଲା ଏହି ମୃତ ଶରୀର ? ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ । ରାଜଧାନୀର ଛାତି ଉପରେ ହୃଦୟ ବିଦାରକ ଘଟଣା ବେଶ ଆଚମ୍ବିତ କରିଛି ।