ଶୁଣାଣିର ହେବ ଲାଇଭ ଟେଲିକାଷ୍ଟ

0

କଟକ: ଏଣିକି ରାଜ୍ୟ ହାଇକୋର୍ଟ ଶୁଣାଣିର ହେବ ସିଧା ପ୍ରସାରଣ । ହାଇକୋର୍ଟଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ ତାରିଖରୁ ହାଇକୋର୍ଟର ସମସ୍ତ ଶୁଣାଣିକୁ ସାଧାରଣ ଲୋକମାନେ ଲାଇଭ୍ ଦେଖିପାରିବେ । ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ନୂଆ ଆଇନ ପ୍ରଣୟନ କରାଯିବ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଅଫ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସେଡିଂ ରୁଲ୍-୨୦୨୧ ପ୍ରଣୟନ କରାଯାଇ ନୂଆ ବିଜ୍ଞପ୍ତି ଜାରି କରାଯାଇଛି।
କେଉଁ କେଉଁ ମାମଲାର ଲାଇଭ୍ ଟେଲିକାଷ୍ଟ ହେବ ଓ ବାଦ ପଡିବ ତାକୁ ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ବିଚାର ବିଭାଗୀୟ ପ୍ରୋସିଡିଂ, ପ୍ରଶାସନିକ ପ୍ରୋସିଡିଂ, ଲୋକ ଅଦାଲତ, ଫୁଲ୍ କୋର୍ଟ ରେଫରେନ୍ସ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଏବଂ କୋର୍ଟଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ବୈଠକର ଲାଇଭ୍ ଟେଲିକାଷ୍ଟ ହେବ । ଅନ୍ୟପଟେ ବୈବାହିକ ମାମଲା, ଶିଶୁ ଯୌନ ନିର୍ଯାତନା, ବଳାତ୍କାର ମାମଲା, ମହିଳା ନିର୍ଯାତନା ମାମଲା, ହେବିଅସ୍ କର୍ପସ ମାମଲା ଭଳି ମାମଲାର ଲାଇଭ୍ ଷ୍ଟ୍ରିମିଂ ହେବ ନାହିଁ ।