ଲିଭିନି କୋଲକତା ନିଆଁ, ଡାକ୍ତରଙ୍କ ପରେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା !

0

ଉତ୍ତରାଖଣ୍ଡ; ଥମୁନି ଦୁଷ୍କର୍ମ । କୋଲକାରା ପରେ ଉତ୍ତରାଖଣ୍ଡରେ ନର୍ସଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଛି । ଜଣେ ଡାକ୍ତରଙ୍କୁ ଏଭଳି ଦୁଷ୍କର୍ମ କରାଯାଇଛି ଯେ, ଯାହା ଲୋମହର୍ଷଣକାରୀ । ହେଲେ ଏହି ନିଆଁ ଥମି ନଥିବା ବେଳେ ପୁଣି ଉତ୍ତରାଖଣ୍ଡ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳା ନର୍ସ ଜଣକ ଜୁଲାଇ ୩୦ରେ ହସ୍ପିଟାଲ ଯାଇ ଘରକୁ ଫେରିନଥିଲେ। ଏନେଇ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ। ଏତଲାର ୯ ଦିନ ପରେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଜଣାପଡ଼ିଛି ତାଙ୍କ ସହ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଜଣାପଡିଛି। ଏହାକୁ ରୋକିବାକୁ ଯେତେ ଚେଷ୍ଟା କଲେ ବି କିଛି ଅମାନୁଷିକଙ୍କ ପାଇଁ ନିରୀହ ଜୀବନ ଚାଲି ଯାଉଛି । ଆଉ କେହି ତ ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । କାରଣ ଲୋକଲଜ୍ୟା ଭୟ । ସବୁ ରାଜ୍ୟର ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାର ଡିଣ୍ଡିମ ପିଟୁôଥିବା ବେଳେ ଏବେବି ନାରୀ ଅସୁରକ୍ଷିତ ।