ନିର୍ମାଣାଧିନ ଓଭରବ୍ରିଜ୍ ଉପରେ ଧାରଣାରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ

0

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ : ପାରାଦୀପ ଅଠରବାଙ୍କୀ ନିକଟ ନିର୍ମାଣ ଧିନ ଓଭରବ୍ରିଜ୍ ଉପରେ ଧାରଣା ରେ ବସିଲେ ସ୍ଥାନୀୟ ବସ୍ତିବାସିନ୍ଦା ଓ ସ୍କୁଲ ଛାତ୍ରଛାତ୍ରୀ। ସୂଚନାନୁଯାୟୀ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ପର୍ଯ୍ୟନ୍ତ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତା ଉପରେ ଡ୍ରେନେଜ ପାଣି ଜମି ହୋଇ ରହୁଛି। ଯାହା ଫଳରେ ଓଭରବ୍ରିଜ୍ ତଳେ ହୋଇଥିବା ରାସ୍ତା ସବୁ ସମୟରେ ଡ୍ରେନେଜ ପାଣି ଜମି ହୋଇ ରହିବାରୁ ସାଧାରଣ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ସେହିଭଳି ସ୍କୁଲ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ସମ୍ଭବ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବସ୍ତିବାସିନ୍ଦା। ତେବେ ଏନେଇ ଓଭରବ୍ରିଜ୍ କାର୍ଯ୍ୟ କରୁଥିବା ଠିକାଦାରଙ୍କୁ ଜମି ହୋଇ ରହୁଥିବା ପାଣିର ସମସ୍ୟା କୁ ଦୂର କରିବାକୁ ବାରମ୍ବାର ମୌଖିକ ଭାବେ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ର କୌଣସି ସମାଧାନ ହୋଇ ପାରୁନାହିଁ। ଏନେଇ ବାଧ୍ୟ ହୋଇ ସ୍କୁଲ ଛୋଟଛୋଟ ଛାତ୍ରଛାତ୍ରୀ ମାନଙ୍କ ସମେତ ସ୍ଥାନୀୟ ୬ନଂ ଓ୍ବାର୍ଡ ର ବସ୍ତିବାସିନ୍ଦା ମାନେ ଠିକାଦାରଙ୍କ କାର୍ଯ୍ୟ ବନ୍ଦ କରିବା ସହ ଧାରଣା ରେ ବସି ରହିଛନ୍ତି।

ସେମାନଙ୍କ ଦାବୀ ରାସ୍ତା ଉପରେ ଡ୍ରେନେଜ ର ଦୂଷିତ ପାଣି ଜମି ହୋଇ ରହୁଥିବା ବେଳେ ଏହାର ସମସ୍ୟା ଦୂର ନକରିବା ପର୍ଯ୍ୟନ୍ତ ଏହି ଧାରଣା ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବସ୍ତିବାସିନ୍ଦା। ତେବେ ଏନେଇ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ପହଞ୍ଚି ଥିଲେ ମଧ୍ୟ ଧାରଣା କାରୀଙ୍କ ଧାରଣା ଜାରି ରହିଛି।