ମୁନିଗୁଡା ବସଷ୍ଟାଣ୍ଡକୁ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ନାମରେ ନାମିତ କରିବାକୁ ଅଞ୍ଚଳବାସୀଙ୍କ ଦାବି

0

ବିଷମ କଟକ/ରବିନ୍ଦ୍ର କୁମାର ସାହୁ: ମୁନିଗୁଡା ବସଷ୍ଟାଣ୍ଡକୁ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ନାମରେ ନାମିତ କରିବାକୁ ବିକାଶ ପରିଷଦ ଓ ଅଞ୍ଚଳବାସୀଙ୍କ ଦାବି । ଦିର୍ଘ କୋଡିଏବର୍ଷ ପୂର୍ବେ ଏହି ବସଷ୍ଟାଣଟିକୁ ତତ୍କାଳିନ ଓଡିଶା ସରକାର ଶହୀଦ ଲକ୍ଷ୍ମଣ ନାୟକ ନାମରେ ନାମିତ କରିଥିଲେ । ବର୍ତ୍ତମାନ ଏହାର ପୁନଃନିର୍ମାଣ କାର୍ୟ୍ୟକୁ ଅଞ୍ଚଳବାସୀ ସ୍ବାଗତ କରୁଛନ୍ତି କିନ୍ତୁ ଦୁଃଖର ବିଷୟ ଏଠାରୁ ଶହୀଦଙ୍କ ନାମକୁ ଏଥିରୁବାଦ୍ ଦିଆଯାଇଛି । ଏଣୁ ସହିଦ ଲକ୍ଷ୍ମଣ ନାୟକ ବସଷ୍ଟାଣ୍ଡ ନାମରେ ନାମିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଆଗମି ଦିନରେ ସରକାର ଏଥିପ୍ରତି ଗୁରୁତ୍ବ ନଦେଲେ ଅଭିବକ୍ତ କୋରାପୁଟ ଜିଲ୍ଲାର ହଜାର ହଜାର ଜନସାଧାରଣ ଆନ୍ଧଳନକୁ ଅଲ୍ହାଇବେ ବୋଲି ଲକ୍ଷ୍ମଣ ନାୟକ କ୍ଲବ ସଭାପତି ପଦ୍ମନାଭ ବେହେରା ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।