ପଶ୍ଚିମବଙ୍ଗରେ ବଢିଲା ଲକଡାଉନ

0

କୋଲକାତା : ଅଗଷ୍ଟ ୧୫ ଯାଏ ପଶ୍ଚିମବଙ୍ଗରେ ଲକଡାଉନକୁ ବୃଦ୍ଧି କରାଯାଇଛି ।  ୫୦ ପ୍ରତିଶତ ସ୍ଥାନ ସହିତ ସରକାରୀ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । କେରଳରେ ସପ୍ତାହନ୍ତ ଲକଡାଉନ ଘୋଷଣା ପରେ ପଶ୍ଚିମବଙ୍ଗରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଲକଡାଉନ ଥିଲେ ମଧ୍ୟ ଅନେକ କଟକଣାକୁ କୋହଳ କରାଯାଇଛି । ରାଜ୍ୟରେ ରାତି ୯ଟାରୁ ୫ଟା ମଧ୍ୟରେ ନାଇଟ୍ କର୍ଫ୍ୟୁ ରହିବ । ଜୁଲାଇ ୩୧ ତାରିଖରୁ ନୂଆ ଗାଇଡଲାଇନ୍ କାର୍ୟ୍ୟକାରୀ ହେବ ବୋଲି ସରକାର କହିଛନ୍ତି ।
ବିବାହ ଭୋଜିରେ ୫୦ ଜଣ ଯୋଗ ଦେଇପାରିବେ । କିନ୍ତୁ ଦୋକାନ ଓ ମାର୍କେଟ୍ ଖୋଲିବା ସମୟ ପୂର୍ବପରି ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ରହିବ । ଜିମ୍ ଓ ସେଲୁନ ମଧ୍ୟ ୫୦ ପ୍ରତିଶତରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିପାରିବ । ଏତତ୍ ବ୍ୟତୀତ, ସାଧାରଣ ପରିବହନ ଯଥା, ବସ୍, ଟାକ୍ସି ଆଦି ୫୦ ପ୍ରତିଶତ ଯାତ୍ରୀରେ ଚଳାଚଳ କରିପାରିବ । ସମସ୍ତ ସରକାରୀ ଓ ଘରୋଇ କାର୍ୟ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।
ଗତ କିଛି ଦିନ ହେବ ଦେଶରେ ଅନେକ ଜିଲ୍ଲାରେ କୋଭିଡ ମାମଲା ବଢିବାରେ ଲାଗିଛି । ଆଗକୁ ତୃତୀୟ ଲହର ଆସିବା ନେଇ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରାଇବା ପରେ ଏହା ଏକ ଚିନ୍ତାର ବିଷୟ ପାଲଟିଛି ।