ନୂଆଦିଲ୍ଲୀ : ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବି ରହିଲା ଲୋକସଭା । ଲୋକସଭା ବଜେଟ ଅଧିବେଶନର ଆଜି ଥିଲା ଶେଷ ଦିନ । ସୂଚନା ଅନୁଯାୟୀ, ସଂସଦରେ ବଜେଟ ଅଧିବେଶନର ସପ୍ତମ ଦିନ ସକାଳ ୧୧ଟାରେ ଆରମ୍ଭ ହୋଇଥିଲା । ୨୦୨୫-୨୬ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା ଚାଲିଥିଲା । ଲୋକସଭାରେ ନୂଆ ଆୟକର ବିଲ-୨୦୨୫ ଆଗତ ହେଲା । ବିଲ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭା କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା ସମାପ୍ତ କରିବା ପାଇଁ ଆଜି ଏବଂ ଆସନ୍ତାକାଲି ଅତିରିକ୍ତ ଦୁଇ ଘଣ୍ଟା ବସିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ସଂସଦର ଏହି ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ବେଳେ ଅଧିବେଶନ ମାର୍ଚ୍ଚ ୧୦ ତାରିଖରେ ପୁନର୍ବାର ବସିବ ଏବଂ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି ।