ପାଟଣାଗଡ଼/ଜଗନ୍ନାଥ ଧରୁଆ : ସୋମବାର ଦିନ ପାଟଣାଗଡ ସୁଭଦ୍ରା ଭବନ ଠାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପାଟଣାଗଡ ଉପ ଜିଲ୍ଲାପାଳ ବିଜୟନନ୍ଦ ସେଠୀ , ସହକାରୀ ଉପ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁ , ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି , ତହସିଲଦାର ଲକ୍ଷ୍ମଣ ମାଝୀ, ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ, ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତ , ପାଟଣାଗଡ ବିଡିଓ ସୁକାନ୍ତ କୁମ୍ଭାର, ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ, ବେଲପଡା ବିଡିଓ ଭିକ୍ଟୋ ସୁରେନ ପ୍ରମୁଖ ପଉସ୍ଥିତ ଥିଲେ ପରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ କରିବା ପାଇଁ ମଧ୍ୟ ତାରିଖ ଘଷୋଣା କରା ଯାଇଥିଲା |
ପ୍ରଥମେ ଆସନ୍ତା ୫ ତାରିଖ ଦିନ ଖପ୍ରାଖୋଲ ବ୍ଲକ, ୬ ତାରିଖ ବେଲପଡା ବ୍ଲକ ସେହି ପରି ୭ ତାରିଖ ଦିନ ପାଟଣାଗଡ ବ୍ଲକରେ ହେବାକୁ ଥିବା ବେଳେ | ୧୨ ତାରିଖ ଦିନ ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ କିପରି ଭଲ ଭାବରେ ହେବ ତାହାକୁ ନେଇ ବିଭିନ୍ନ କମିଟି ଗଠନ କରିବାକୁ ନିଷ୍ପତି ନିଆ ଯାଇଥିଲା |