ଶିକ୍ଷୟତ୍ରୀଙ୍କ ଘରୁ ଲୁଟ

0

(ଶେଖ ଫାଇଜାନ କାଦରୀ / ଭଦ୍ରକ ) : ଭଦ୍ରକ ଜିଲ୍ଲା ତିହିଡି ଥାନା ମଙ୍ଗଳପୁର କନାଟିଆ ରାସ୍ତା ପାର୍ଶ୍ବରେ ଥିବା ଜଣେ ଶିକ୍ଷୟତ୍ରୀଙ୍କ ଘରୁ ବିଳମ୍ବିତ ରାତିରେ ୪ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଲୁଟେରା।
ସୂଚନା ଅନୁଯାଇ ଛାତକୁ ସିଡି ପକାଇ ଛାତବାଟ ଦେଇ ଘରକୁ ପଶିବା ପରେ ସ୍ବାମୀ ଶୋଇଥିବା ଘର କବାଟ ବନ୍ଦ କରିଦେଇଥିଲେ।ପରେ ଶିକ୍ଷୟତ୍ରୀ ସସ୍ମିତା ମଣ୍ଡଳଙ୍କୁ ବାନ୍ଧି ଦେବା ସହ କୁନି ପିଲାଙ୍କ ବେକରେ ଧାରୁଆ ଅସ୍ତ୍ର ଦେଖାଇ ସମସ୍ତଅଳଙ୍କାର,ମୋବାଇଲ ଓ ବହୁ ଗୁରୁତ୍ବପୂଣ୍ଣ କାଗଜପତ୍ର ନେଇଯାଇଛି। ଏହି ଘଟଣା ପରେ ପୁଲିସ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି।