(ଦୀପକ ମିଶ୍ର)ଉଦଳା: ଉଦଳା ଥାନା ଅଧିନ ଖମଣସାହି ଗ୍ରାମର ପ୍ରଫୁଲ୍ଲ ଚନ୍ଦ୍ର ବାଗଙ୍କ ଘରେ ଜତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । କିଛି ଲୁଟେରା ଘରର ଛେଳି ଗୁହାଳ ଦେଇ ଘର ଭିତରକୁ ପଶିଥିଲେ । ଘରେ ବିଭିନ୍ନ କୋଠରୀରେ ଶୋଇଥିବା ପରିବାର ଲୋକଙ୍କ ଘରର କବାଟ ବାହାର ପାଖରୁ ବନ୍ଦ କରିବା ସହିତ ଘରେ ଥିବା ବାକ୍ସ ଓ ଆଲମାରୀ ଭାଙ୍ଗି ସେଥିରେ ଥିବା ୭ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଏହା ସହିତ ନଗଦ ୫୦ହଜାରରୁ ଉର୍ଦ୍ଧ ଟଙ୍କା ଲୁଟେରାମାନେ ଲୁଟି ନେଇଛନ୍ତି । ତେବେ ରାତି ପ୍ରାୟ ଗୋଟାଏ ସମୟରେ ପରିବାର ଲୋକେ ବାହାରକୁ ଉଠିବାକୁ ଚେଷ୍ଟା କରିଥିବା ବେଳେ କବାଟ ବାହାର ପାଖରୁ ବନ୍ଦ ହୋଇଥିବା ଜାଣିବାକୁ ପାଇଥିଲେ । ଏହା ପରେ ପରବାରର ଅନ୍ୟ ସଦସ୍ୟ ମାନେ ଆସି କବାଟ ଖୋଲିବା ପରେ ସେମାନେ ଘରୁ ବାହାରିଥିବା ବେଳେ ଘରେ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।