ଷ୍ଟେଟ ବ୍ୟାଙ୍କ ସମୁଖରୁ ଟଙ୍କା ଲୁଟ

0

(ପାରାଦୀପ / ପ୍ରଶାନ୍ତ କୁମାର ସ୍ବାଇଁ): ପାରାଦୀପ ବ୍ୟାଙ୍କ ଲାଇନରେ ଥିବା ଷ୍ଟେଟ ବ୍ୟାଙ୍କ ସମୁଖରୁ ଟଙ୍କା ଲୁଟ। ଗାଡି ରଖି ବ୍ୟାଙ୍କ ଭିତରକୁ ଯାଇଥିବା ସମୟରେ ସ୍କୁଟି ଗାଡ଼ି ଡିକିରୁ ଟଙ୍କା ଲୁଟ କରି ଦୁର୍ବୁତ ଫେରାର ହୋଇ ଯାଇଛି। ପାରାଦୀପ ଜେ.ଜି.ଆଇ କଲୋନୀ ରେ ରହୁଥିବା ଜିତେନ୍ଦ୍ର ବଳ ନାମକ ଯୁବକ ଷ୍ଟେଟ ବ୍ୟାଙ୍କ ସମୁଖରେ ସ୍କୁଟି ଗାଡି ରଖି ଏଟିଏମରୁ ପଇସା ଉଠାଇବା କୁ ଯାଇଥିବା ବେଳେ କେହି ଦୁର୍ବୁତ ଗାଡ଼ି ଡିକିରୁ ୧ ଲକ୍ଷ ୪୦ ହଜାର ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପାରାଦୀପ ଆଦର୍ଶ ଥାନା ବ୍ୟାଙ୍କ ଲାଇନରେ ଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ପାରାଦୀପରେ ଥିବା ବିଭିନ୍ନ ବ୍ୟାଙ୍କ ର ସିସିଟିଭି ଯାଞ୍ଚ କରୁଛି ପାରାଦୀପ ଆଦର୍ଶ ଥାନା ପୋଲିସ।