ଘରେ ପଶି ସୁନାଅଳଙ୍କାର ଲୁଟିନେଲେ ଦୃର୍ବୁତ୍ତ

0

(ରିପୋର୍ଟସଟୁଡେ): ରାଜଧାନୀ ପାଲଟିଛି ଅପରାଧୀଙ୍କ ଆଡାସ୍ଥଳୀ । ରାଜଧାନୀରେ ଚୋରିଠୁ ଆରମ୍ଭ କରି ବ୍ରାଉନସୁଗାର, ଗଞ୍ଜେଇ ଭଳି ନିଶା ଦ୍ରବ୍ୟ ଚୋରା ଚାଲାଣ ଏବଂ ଏହାଠାରୁ ମଧ୍ୟ ଜଘନ୍ୟକାଣ୍ଡ ଦେଖିବାକୁ ମିଳିଛି । ଆଜି ଭୁବନେଶ୍ୱର ସ୍ଥିତ ରଘୁନାଥପୁର ସିଏସଏସ ହୋମସ୍ ଆପାର୍ଟମେଣ୍ଟରେ ଡ଼କାୟତି ହୋଇଥିବା ସୂଚନା ମିଳିଛି । ଘରେ ପଶି ୧୦୦ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହାସହ ପ୍ରାୟ ୭ଲକ୍ଷ ଟଙ୍କା ଓ ବିଦେଶୀ ମୁଦ୍ରା ମଧ୍ୟ ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ନନ୍ଦନକାନନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।