(ମମତା ସାମଲ)ରିପୋର୍ଟସଟୁଡେ: ଟ୍ରେନରେ ଡକାୟତଙ୍କ ଲୁଟ ଉଦ୍ୟମ ପଣ୍ଡ ହୋଇଛି । ରାଉରକେଲା କୁଲୁଙ୍ଗା ଷ୍ଟେସନ ନିକଟରେ ଜିଆରପି ୪ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ।
ସୂଚନାଅନୁଯାୟୀ, ରାଉରକେଲାର କୁଲୁଙ୍ଗା ଷ୍ଟେସନ ନିକଟରେ ୪ଜଣ ଆନ୍ତଃରାଜ୍ୟ ଡକାୟତ ଟ୍ରେନରେ ଲୁଟ ଉଦ୍ୟମ କରୁଥିଲେ । ଖବର ପାଇ ଜିଆରପି ଟିମ୍ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଓ ମାରଣାସ୍ତ୍ର ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ ବିହାରର ବୋଲି ଜଣା ପଡିଛି । ତେବେ ଅଧିକ ସୂଚନା ପାଇଁ ପୋଲିସ ଏବେ ତନାଘନା ଜାରି ରଖିଛି ।