ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍

ଆଖି ପିଛୁଳାକେ ଲୁଟି ନେଉଛନ୍ତି ପୁଳା ପୁଳା ଜିନିଷ

0

କେନ୍ଦ୍ରାପଡ଼ା  : ଦିନକୁ ଦିନ ଲୁଟେରାଙ୍କ ବିପାତ ବଡିବାରେ ଲାଗିଛି । ଆଖିପିଛୁଳାକେ ଲୁଟି ନେଉଛନ୍ତି ପୁଳା ପୁଳା ଜିନିଷ । ଏହିପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ । ଦିନକୁ ଦିନ ଲୁଟେରା ମାନେ ସକ୍ରିୟ ହୋଇ ପଡିଛନ୍ତି । ଗତ ଶୁକ୍ରବାର ରାତିରେ ଲୁଟେରା ମାନେ ଅଟାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗେଟ ତାଲା କାଟି କାର୍ଯ୍ୟାଳୟରେ ଥିବା ଟୁଲୁ ମଟର ସହିତ ବିଭିନ୍ନ ଆସବାବପତ୍ର ଲୁଟି ନେଇଛନ୍ତି । ଏପରିକି ପଞ୍ଚାୟତ ପରିସରରେ ଥିବା ବିଭିନ୍ନ ପ୍ରକାର ଗଛ ଗୁଡିକ ଭାଙ୍ଗି ନଷ୍ଟ କରିଦେଇଥିବା ନେଇ ସରପଞ୍ଚ ସମ୍ପଦ ବଳ ଥାନାରେ ଅଭିଯୋଗ କରିଛନ୍ତି । ଏବଂ ଥାନା ପକ୍ଷରୁ ଏହି ଘଟଣାର ତଦନ୍ତ କରି ଦୁର୍ବୁତ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।