ବାଲେଶ୍ୱର: କଟରରେ କାଟି ATMରୁ ଲୁଟ ହେଲା୨୦ ଲକ୍ଷ ରୁ ଅଧିକ ଟଙ୍କା । ବାଲେଶ୍ୱର ଜିଲ୍ଲାର ଖଇରା ତୁଡ଼ିଗଡିଆ ବଜାର ଥିବା ଆକ୍ସିସ ବ୍ୟାଙ୍କ ATMରୁ ଲୁଟ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେ ୬ରୁ ଅଧିକ ଲୁଟେରା ଆସିଥିଲେ। ଲୁଟ ପରେ ଲୁଟେରା ମାନେ ଦୁଇଟି ବୋମା ଫୁଟାଇଥିବା ଜଣାପଡିଛି । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି । ଖଇରା ଅଂଚଳରେ ଦିନକୁ ଦିନ ଚୋରି ଡକାୟତ ବଢିବାରେ ଲାଗିଛି ଯାହାକୁ ସ୍ଥାନୀୟ ଲୋକ ମାନେ ଭୟଭୀତ ଥିବା କହିଛନ୍ତି । ସେହିପରି ସୋର ଥାନା ମଙ୍ଗଳପୁରରେ ଥିବା PNB ର ATMରୁ ଲୁଟ ହୋଇଥିବା ମଧ୍ୟ କୁହାଯାଉଛି ।