କଟକ: ଫାଙ୍କା ଗୁଳି ଚଳାଇ ଲୁଟ୍ । ଏଭଳି ଘଟଣା ଘଟିଛି କଟକରେ । କଟକ କନ୍ଦରପୁର ନିକଟ ମତ୍ତଗଜପୁର ଲେବୁଲ୍ କ୍ରସିଂଠାରେ ଡକାୟତି ପାଇଁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଫାଙ୍କା ଗୁଳି କରି ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ୍ ହୋଇଛି । ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଦୁବୃତ୍ତ ଲୁଟି ନେଇଛନ୍ତି । ଖବର ପାଇ କନ୍ଦରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବିକାଶ ଏକ ବାଇକ ଯୋଗେ ମତ୍ତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଯାଉଥିବା ସମୟରେ ୩ଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ବିକାଶଙ୍କୁ ଭୟଭିତ କରିଥିଲେ । ପରେ ବିକାଶଙ୍କ ପାଖରେ ଥିବା ପ୍ରାୟ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ ଦୁବୃତ୍ତ ।