ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ପେଟ୍ରୋଲ ପମ୍ପ

0

ଢେଙ୍କାନାଳ: ଦୁଇ ଦିନ ଭିତରେ ଦୁଇ ଦୁଇଟି ଜାଗାରେ ଲୁଟ ହୋଇଛିି ପେଟ୍ରୋଲ ପମ୍ପ । ପୋଲିସକୁ ଖୋଲା ଚାଲେଞ୍ଜ କରି ଦୁର୍ବୃତ୍ତ ଲୁଟୁଛନ୍ତି ଗୋଟିଏ ପରେ ଗୋଟିଏ ପେଟ୍ରୋଲ ପମ୍ପ । ଫିଲିଙ୍ଗ ଷ୍ଟେସନର କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇ ଲୁଟୁଛନ୍ତି ଲୁଟେରା । ଢେଙ୍କାନାଳ ସଦର ଥାନା ଅଞ୍ଚଳର ପେଟ୍ରୋଲ ପମ୍ପରୁ ପୁଣି ଲୁଟ ହୋଇଛି । ସ୍ଥାନୀୟ ଭାପୁର ଓସ୍ତପାଳ ନିକଟରେ ଥିବା ମାତୃକୃପା ଫିଲିଙ୍ଗ ଷ୍ଟେସନରୁ କିଛି ଦୁର୍ବୃତ୍ତ ୯୦ ହଜାର ଟଙ୍କା ଳୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପରେ ସିସିଟିଭି ଫୁଟେଜକୁ ଆଧାର କରି ଛାନଭିନ ଜାରି ରଖିଛି ପୋଲିସ ।

ତେବେ ଦୁଇ ଦିନ ଭିତରେ ଦୁଇ ଦୁଇଟି ପେଟ୍ରୋଲ ପମ୍ପରେ ଲୁଟ ଘଟଣା ସଦର ଥାନା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ପେଟ୍ରୋଲ ପମ୍ପରେ ପଶି ପିସ୍ତଲ ଦେଖାଇ ଲୁଟେରାମାନେ ଗୋଟିଏ ପରେ ଗୋଟି, ପେଟ୍ରୋଲ ପମ୍ପ ଲୁଟି ଚାଲିଛନ୍ତି । ଐହି କ୍ରମରେ ମାତୃକୃପା ଫିଲିଙ୍ଗ ଷ୍ଟେସନକୁ ଏଫଜେଡ ବାଇକରେ ୩ ଜଣ ଳୁଟେରା ଆସି କର୍ମଚାରୀମାନଙ୍କୁ ପିସ୍ତଲ ଦେଖାଇଥିଲେ । ଏହାପରେ ସେମାନଭ୍କ ପାଖରୁ ପ୍ରାୟ ୯୦ ହଜାର ଟଙ୍କା ଲୁଟି ନେଇଯାଇଥିବା ସିସିଟିଭି ଫୁଟେଜରେ ଦେଖାଯାଇଛି । ତେବେ ଅଭିଯୋଗ ପରେ ସଦର ଥାନା ଏବଂ ଭାପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଖୋଳତାଡ ଆରମ୍ଭ କରିଛି । ଏହା ପୂର୍ବରୁ ସଦର ଥାନା ବଳଦିଆବନ୍ଧ ପଣ୍ଡା ପେଟ୍ରୋଲ ପମ୍ପ ପରେ ପୁଣି ଗୁରୁବାର ଭାପୁର ଅଂଚଳରେ ଆଉ ଏକ ପେଟ୍ରୋଲ ପମ୍ପ୍ ଲୁଟି ନେଇଥିଲେ ଦୁର୍ବୃତ୍ତ ।