ଆମେରିକାର କାଲିଫର୍ନିଆର ଲସ୍ ଆଞ୍ଜେଲ୍ସର ଜଙ୍ଗଲରେ ନିଆଁ । ଏହି ଅଗ୍ନିକାଣ୍ଡରେ ହଜାର ହଜାର ଘର ପୋଡି ପାଉଁଶ ହୋଇଯାଇଛି। ପବନ ଗତି ସହିତ ନିଆଁ ସହର ମୁହାଁ ହୋଇ ବ୍ୟାପିବାରେ ଲାଗିଛି । ଏହି ଜଙ୍ଗଲ ନିଆଁରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ନିଆଁ ପ୍ରାୟ ୫ହଜାର ଏକର ଜଙ୍ଗଲରେ କାୟା ମେଲାଇଛି । ୭୦ ହଜାର ଲୋକଙ୍କୁ ରେସକ୍ୟୁ କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏକ ହଜାରରୁ ଅଧିକ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ରହିଛି ।ଏଲୋନ୍ ମସ୍କ ମଧ୍ୟ ସୋସିଆଲ ମିଡିଆ ସାଇଟ୍ ଢ ରେ ଏହା ସହ ଜଡିତ ଏକ ଭିଡିଓ ସେୟାର କରିଛନ୍ତି।
ସୂଚନା ମୁତାବିକ ଗତ ମଙ୍ଗଳବାରରେ ପ୍ରଥମ ଥର ପାଇଁ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଥିଲା। ସେବେଠାରୁ ନିଆଁ ବ୍ୟାପିବାରେ ଲାଗିଛି। କୁହାଯାଉଛି ଯେ ଏହି ଅଗ୍ନିକାଣ୍ଡ ଗତ କିଛି ଦିନ ମଧ୍ୟରେ ପାଞ୍ଚ ହଜାର ଏକରରୁ ଅଧିକ ଜମିରେ ପରିଣତ ହୋଇଛି।ଜୋର୍ରେ ପବନ ଯୋଗୁ ନିଆଁ ଲିଭାଇବାରେ ସମସ୍ୟା ଉପୁଜୁଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ଯଥା ସମ୍ଭବ ଉଦ୍ୟମ ଜାରି ରଖିଛି । ପବନ ଯୋଗୁ ଜଙ୍ଗଲ ନିଆଁ ଖୀପ୍ରଗତିରେ ବ୍ୟାପିବାରେ ଲାଗିଛି। ଏହି ଅଗ୍ନିକାଣ୍ଡର ପ୍ରଭାବ ହେତୁ ବର୍ତ୍ତମାନ ନିକଟ ସହରରୁ ବିମାନ ଉଡ଼ାଣ କିମ୍ବା ଏହି ବିମାନବନ୍ଦରରେ ଅବତରଣ କରିବା ଅନେକ ସମସ୍ୟାର ସମ୍ମୁଖୀନ ହେଉଛି ।
ଆମେରିକାର ଜଙ୍ଗଲରେ ଆରମ୍ଭ ହୋଇଥିବା ଏହି ଅଗ୍ନି ବର୍ତ୍ତମାନ ଧୀରେ ଧୀରେ ଆବାସିକ ଅଞ୍ଚଳରେ ପହଞ୍ଚିଛି। ଆମେରିକାର ଜଙ୍ଗଲରେ ନିଆଁ ଲାଗିବା ଘଟଣା ପ୍ରଥମ ଘଟଣା ନୁହେଁ। ଅତୀତରେ ଅନେକ ଥର ଆମେରିକାର ଜଙ୍ଗଲରେ ଏପରି ଅଗ୍ନିକାଣ୍ଡ ଘଟିଥିଲା ଯାହା ଅନେକ ଦିନ ଧରି ଜଳୁଥିଲା । ଆମେରିକାରେ ଜଙ୍ଗଲ ଅଗ୍ନିକାଣ୍ଡର ସବୁଠାରୁ ବଡ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ଜଳବାୟୁ ପରିବର୍ତ୍ତନ ହେତୁ ଜଙ୍ଗଲରେ ଉତ୍ତାପ ବୃଦ୍ଧି ପାଇଲା ଏବଂ ଆର୍ଦ୍ରତା କମିଗଲା । ଉତ୍ତାପ ବୃଦ୍ଧି ହେତୁ ଶୁଖିଲା ପତ୍ର ପ୍ରଥମେ ନିଆଁକୁ ଆୟତ୍ତ କରେ । ଏବଂ ପରେ ଧୀରେ ଧୀରେ ଏହା ଜଙ୍ଗଲର ଏକ ବଡ଼ ଅଂଶରେ ବିସ୍ତାର ହୁଏ ।