(ଟୁକୁନା ଖରା)ନବରଙ୍ଗପୁର: ଉମରକୋଟରେ ଗଛରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ । ନବରଙ୍ଗପୁର ଜିଲ୍ଳା ଉମରକୋଟ ଥାନା ଚିଲକପଦର ଗ୍ରାମ ପଞ୍ଚାୟତ ଛୋଟାଗୁଡ଼ା ଗ୍ରାମରେ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଯୁବତୀ ସେହି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଏହି ଘଟଣାକୁ ନେଇ ଛୋଟାଗୁଡ଼ା ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି । ଆତ୍ମହତ୍ୟା କରିଥିବା ପ୍ରେମୀକ ହେଲେ ଇନ୍ଦ୍ର ଗଣ୍ଡ ଓ ପ୍ରେମିକା ହେଲେ ସୁଶିଳା କଲାର ବୋଲି ଜଣାପଡିଛି। ଉଭୟେ ଗ୍ରାମ ନିକଟରେ ଥିବା ପୋଖରୀ କୂଳରେ ଏକ ଜାମୁ ଗଛରେ ଝିଅର ଓଡ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମିକ ଜଣେ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରେମିକା ଜଣକ ସାଧାରଣ ବର୍ଗର।ଏହି କାରଣ ରୁ ବିବାହ ସୀକୃତି ନମିଳିବା ଭୟରେ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।