ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା; ହତ୍ୟା କରିଥିଲେ ପରିବାର ଲୋକେ

0

କଳାହାଣ୍ଡି/ଗୋଲାପ ସାହୁ: ଗତ ଦୁଇଦିନ ତଳେ ପ୍ରେମୀ ଯୁଗଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଯେଉଁଥିରେ ତତ୍ପରତା ଦେଖାଇ ଥିଲା ପୋଲିସ।ଆଉ ଘଟଣାର ୨ ଦିନ ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର ଗାଁର ନାବାଳକ ସୁନୀଲ ପଟେଲ ଓ ନାବାଳିକା ଜେମାମଣି ପଟେଲ ଉଭୟ ଙ୍କ ମଧ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରେମ ସଂପର୍କ ଗଢି ଉଠିଥିଲା।ହେଲେ ଏହି ସମ୍ପର୍କକୁ ନାବାଳକ ସୁନୀଲ ର ପରିବାର ସମର୍ଥନ ଦେଇ ଆସୁଥିଲେ।ହେଲେ ନାବାଳିକା ଜେମାମାଣି ଙ୍କ ପରିବାର ଏହି ସମ୍ପର୍କକୁ ବିରୋଧ କରିଥିଲେ। ଗତ ୩୦ ତାରିଖ ଉଭୟ ଘର ଛାଡି ଚାଲି ଯାଇଥିଲେ।ଗାଁ ରୁ ବାହାରି ଉଭୟ ଗୋତଗୁଡା ଗାଁରେ ଥିବା ଏକ ପରିତ୍ୟକ୍ତ ମିଲରେ ଲୁଚି ରହିଥିଲେ।

ନାବାଳିକା ଜେମାମାଣିଙ୍କ ବାପା କନେଶ୍ୱର ପଟେଲ ଖବର ପାଇ ନାବାଳିକାର କାକା ଓ ଭିଣେଇକୁ ସାଙ୍ଗରେ ନେଇ ପ୍ରେମୀ ଯୁଗଳ ଲୁଚି ରହିଥିବା ସ୍ଥାନରେ ପହଞ୍ଚି ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ନିଜ ଗାଁ କୁ ଆଣି ସେଠାରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା ଜହ୍ଲାଦ ବାପା।ପରେ ଜୁଲାଇ ଦୁଇ ତାରିଖରେ ନବଳିକାର ବାପା ଝିଅ ନିଖୋଜ ହୋଇଥିବା ନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲା।ଅଭିଯୋଗକୁ ଭିର୍ତ୍ତି କରି ତଦନ୍ତ କରିଥିଲା ଧର୍ମଗଡ଼ ଥାନା ପୋଲିସ। ପରେ କିଛି ଦିନ ବିତି ଯିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇ ଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା।ପରେ ଉଭୟ ନାବାଳକ ଓ ନାବାଳିକାଙ୍କୁ ନାବାଳିକାର ପରିବାର ଲୋକେ ହତ୍ୟା କରିଥିବା ନେଇ ସୁନୀଲଙ୍କ ପାପ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ।ପରେ ତଦନ୍ତ ଅନୁଯାୟୀ ଅଭିଯୁକ୍ତ ନବଳିକାର ବାପାକୁ ପ୍ରଥମେ ଗିରଫ କରିବା ସହ ନାବାଳିକାଙ୍କ ଭିଣେଇ ଠନ ସୁନ୍ଦର ନାଏକ ଓ କାକା ଦେବାନନ୍ଦ ପଟେଲକୁ ଗିରଫ କରିଥିବା କରିଥିଲା ପୋଲିସ। ଅଭିଯୁକ୍ତ ମାନଙ୍କୁ ଅଧିକ ପଚାର ଉଚୁରା ପରେ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଲେ କଳାହାଣ୍ଡି ଏସପି ଅଭିଳାଷ ଜି।