ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ,୨୯ରେ ଘୂର୍ଣ୍ଣିବଳୟ, ୩୦ରେ ଲଘୁଚାପ

0

ଭୁବନେଶ୍ୱେର : ଆସନ୍ତା 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦା ଠାରେ ରେକର୍ଡ କରାଯାଇଛି । ଗତକାଲି ଯେଉଁ ଘୂର୍ଣ୍ଣିବଳୟ ଝଡଖଣ୍ଡ ପାଖରେ ରହିଥିଲା ତାହା ଆଜି ଦକ୍ଷିଣ ପୂର୍ବ ବିହାର ଏବଂ ତାର ପାର୍ଶ୍ଵବର୍ତ୍ତୀ ଝାଡଖଣ୍ଡ ଅଞ୍ଚଳରେ ସକ୍ରିୟ ରହୁଛି ଯାହା ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଜିଲ୍ଲା ଗୁଡ଼ିକରେ ବିସ୍ତୃତ ଭାବେ ବର୍ଷ ସମ୍ଭାବନା ରହିଥିବା ବେଳେ ଅନ୍ୟ ଜିଲ୍ଲା ଗୁଡ଼ିକରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ଯ ବିଜୁଳି ଘଡଘଡି ଜନିତ ବର୍ଷା ରାଜ୍ୟରେ ଜାରି ରହିବ । ଆସନ୍ତାକାଲି ପରେ କମିବ ବର୍ଷାର ପରିମାଣ । ଆସନ୍ତା ୨୯ରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ।

ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।