(ମମତା ସାମଲ)ରିପୋର୍ଟସଟୁଡେ: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଭୀଷଣ ବର୍ଷା ନେଇ ୫ଟି ଜିଲ୍ଲାକୁ ରେର୍ଡ ୱାର୍ଣ୍ଣିଂ ରଖାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗରୁ ସୂଚନା ମିଳିଛି । ସେଗୁଡିକ ହେଲା ସମ୍ବଲପୁର, ଦେଓଗଡ଼, ବରଗଡ଼,ନୂଆପଡ଼ା ଓ ବଲାଙ୍ଗୀର ରେଡ ଆଲର୍ଟ ଜାରି କରାଯାଇଛି । ଏହି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୋନପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଓ କଳାହାଣ୍ଡି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କଟକ, କେନ୍ଦ୍ରାପଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, କେଉଁଝର, ମୟୁରଭଞ୍ଜ ଓ ନବରଙ୍ଗପୁରର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ମସୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା କାଶୀପୁରରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି । କାଶୀପୁରରେ ୩୧୭.୮ ମିମି ବର୍ଷା ହୋଇଥିବାବେଳେ ସୋନପୁର ତରଭାରେ ୨୩୯.୦ ମିମି, ମୁନିଗୁଡ଼ାରେ ୨୨୯.୮ ମିମି, ଗୁଡ଼ାରୀରେ ୧୮୮.୮ ମିମି, ବିଷମକଟକରେ ୧୩୨.୮ ମିମି ଓ ଦାରିଙ୍ଗବାଡ଼ିରେ ୧୪୫ ମିମି ବୃଷ୍ଟିପାତ ରେକର୍ଡ ହୋଇଛି ।