ଆସୁଛି ଆଉ ଏକ ଲଘୁଚାପ: ୧୮ ବେଳକୁ ଲଘୁଚାପ ସମ୍ଭାବନା

0

ଭୁବନେଶ୍ୱର : ପୁଣି ଆସୁଛି ଲଘୁଚାପ । ଉତ୍ତରପୂର୍ବ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ବାୟୁମଣ୍ଡଳର ୪.୫ କିମିରୁ ୭.୬ କିଲୋମିଟର ଉଚ୍ଚତାରେ ଘୂର୍ଣ୍ଣିବଳୟ ରହିଛି ।

ଯାହାଫଳରେ ୧୮ ବେଳକୁ ଲଘୁଚାପ ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୧୭ ଓ ୧୮ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।