(ଭୁବନେଶ୍ୱର) : ଚଳିତ ବର୍ଷ ସ୍ୱାଭାବିକଠାରୁ କମ୍ ବର୍ଷା ହେବ । ମୌସୁମୀ ବର୍ଷା ପ୍ରାୟ ୪୦% କମିଯିବ । ଜୁନ୍, ଜୁଲାଇ ଓ ଅଗଷ୍ଟରେ ବର୍ଷା ପରିମାଣ କମିଯିବ ବୋଲି ବିଶିଷ୍ଟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛନ୍ତି ।
ଜୁନ୍ରୁ ସେପ୍ଟେମ୍ବର ଭିତରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ କମ୍ ରହିବ । ଆକାଶରେ ମେଘ ସୃଷ୍ଟି ହେବ । ତାପମାତ୍ରା ବି କମିବ । କିନ୍ତୁ ବର୍ଷା କମ୍ ହେବ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଯେଉଁ ବର୍ଷା ହୁଏ ତାହା ହେବନି । କିନ୍ତୁ ଅକ୍ଟୋବର ମାସରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ।
ସୂଚନାନୁଯାୟୀ , ମେ ମାସରେ ଏହି ତାପମାତ୍ରାର ତାରତମ୍ୟ-୦.୪ ସେଲସିୟସ୍ ଥିଲା । ଏହି ଅବସ୍ଥାକୁ ନିଉଟ୍ରାଲ ଫେଜ୍ କୁହାଯାଏ । ସେପ୍ଟେମ୍ବରରେ ଆଇଓଡି -୧.୫ସେଲସିୟସ୍ ରହିବ । ଆଇଓଡି ନେଗେଟିଭ୍ ରୂପରେ ରହିଲେ ଭାରତ ମହାସାଗରରେ ପଶ୍ଚିମା ପବନ ବହେ । ଏହାର ପ୍ରଭାବରେ ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରୁହେ ବୋଲି ସେ କହିଛନ୍ତି ।