(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଅର୍ଥନୈତିକ ସର୍ଭେରେ ସାରା ଦେଶରେ ଏକ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ପ୍ରଣୟନ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ମଜୁରୀରେ ଥିବା ଅସମତା ଦୂର ହେବ ଓ ଗରିବ ଲୋକମାନେ ବିଶେଷଭାବେ ଉପକୃତ ହେବେ ବୋଲି କୁହାଯାଇଛି ।
ଦେଶରେ ମୋଟ ଶ୍ରମିକଙ୍କ ମଧ୍ୟରେ ଅଧା ମହିଳା ଥିଲେ ମଧ୍ୟ ପୁରୁଷ ଓ ମହିଳା ଶ୍ରମିକମାନଙ୍କ ମଜୁରୀ ମଧ୍ୟରେ ଫରକ ରହିଛି । ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଲାଗୁ ହେବା ପରେ ଏହି ସମସ୍ୟା ଦୂରହେବ । ସର୍ଭରେ କୁହାଯାଇଛି ଯେ ସରକାର ଏକ ନାସନାଲ ଫ୍ଲୋର ମିନିମମ େଓ୍ଵଜ ବ୍ୟବସ୍ଥା ଆରମ୍ଭ କରିବା ଆବଶ୍ୟକ । ଦେଶର ୫ଟି ଭୌଗୋଳିକ ଅଂଚଳ ଅନୁସାରେ ୫ ପ୍ରକାରର ଜାତୀୟ ସର୍ବନିମ୍ନ ମଜୁରୀ ବ୍ୟବସ୍ଥା ଆବଶ୍ୟକ । ଏହା ଅନୁସାରେ ରାଜ୍ୟମାନେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବେ, କିନ୍ତୁ ତାହା ଜାତୀୟ ସର୍ବନିମ୍ନ ମଜୁରୀଠାରୁ କମ ହେବ ନାହିଁ । ଫଳରେ ସାରା ଦେଶରେ ମଜୁରୀ କ୍ଷେତ୍ରରେ ସମାନତା ଆସିବ । ଏହା ଦ୍ୱାରା ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଶ୍ରମିକଙ୍କ ଯିବା ଉପରେ ଅଙ୍କୁଶ ଲଗାଯାଇପାରିବ ।ଏହି ବ୍ୟବସ୍ଥା ଲାଗୁ କରିବା ଲାଗି ସରକାର ମଜୁରୀ ଆଇନ ବିଲ ରେ ଥିବା ପ୍ରସ୍ତାବ ଗୁଡ଼ିକ ଅନୁସରଣ କରିବା ଆବଶ୍ୟକ ବୋଲି ସର୍ଭେରେ ପରାମର୍ଶ ଦିଆଯାଇଛି ।