ନୂଆ ଦିଲ୍ଲୀ: ପୁଣି ହାଣ୍ଡିଶାଳରେ ମାଡ । ଡିସେମ୍ବର ମାସ ଆର ମ୍ଭରୁ ମହଙ୍ଗା ହେଲା ଏଲପିଜି ଗ୍ୟାସ । ଅଏଲ ମାର୍କେଟିଙ୍ଗ କମ୍ପାନୀଗୁଡିକ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୪୧ ଟଙ୍କା ବୃଦ୍ଧି କରିଛନ୍ତି । ରାଜଧାନୀ ଦିଲ୍ଲୀରେ ଆଜିଠୁ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ୧୭୫୫.୫୦ ଟଙ୍କା ବଦଳରେ ୧୭୯୬.୫୦ ଟଙ୍କାରେ ମିଳିବ। ଆଇଓସିଏଲ ୱେବସାଇଟରେ ଏଲପିଜି ସିଲିଣ୍ଡରର ଦର ଅପଡେଟ୍ କରାଯାଇଛି ଏବଂ ପରିବର୍ତ୍ତିତ ଦରକୁ ଲାଗୁ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ତୈଳ କମ୍ପାନୀ କମର୍ସିଆଲ ସିଲିଣ୍ଡର ଦର ୧୦୩ ଟଙ୍କା ବଢାଇଥିଲେ । ତେବେ ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ଏହାର ଦର ରହିଛି ୧୭ଶହ୯୬ ଟଙ୍କା ୫୦ ପଇସା ରହିଥିବା ବେଳେ କୋଲକାତାରେ ଏହାର ଦର ୧୯ଶହ ୮ଟଙ୍କା ରହିଛି ।