ହାଇଦ୍ରାବାଦ : ଚଳିତ ଆଇପିଏଲ୍ରେ ଋଷଭ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଗୁରୁବାର ୫ ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ପ୍ରଥମ ବିଜୟ ପାଇଛି। ୧୯୧ ରନ୍ର ବିଜୟ ଲକ୍ଷ୍ୟକୁ ଏହି ଦଳ ୨୩ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା।
ନିକୋଲାସ ପୁରନ, ମିଚେଲ ମାର୍ଶ ଏବଂ ଶାର୍ଦ୍ଦୁଳ ଠାକୁର ଏଲଏସଜିର ବିଜୟର ସବୁଠାରୁ ବଡ଼ ନାୟକ । ପ୍ରକୃତରେ, ଲକ୍ଷ୍ନୌର ବିଜୟର ମୂଳଦୁଆ ଠାକୁର ପକାଇଥିଲେ । ଯିଏ ୪ଟି ୱିକେଟ ନେଇ ହାଇଦ୍ରାବାଦର ବ୍ୟାଟିଂ ଲାଇନ-ଅପ୍ର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।
ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ଜିତିବା ପରେ ଲକ୍ଷ୍ନୌର ପ୍ରଥମେ ବୋଲିଂ ନିଷ୍ପତ୍ତି ସଠିକ୍ ପ୍ରମାଣିତ ହେଲା। ପ୍ରଥମେ, SRH କୁ ୧୯୦ ରନରେ ସୀମିତ ରଖିଥିଲା ଏବଂ ତା’ପରେ ନିକୋଲାସ ପୁରନ ଏବଂ ମିଚେଲ ମାର୍ଶଙ୍କ ଦମଦାର ଇନିଂସ ଯୋଗୁଁ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି ।
