(ରିପୋର୍ଟସ ଟୁଡ଼େ/ ଭୁବନେଶ୍ୱର): ବଲିଉଡ୍ର ଡ୍ୟାନସିଂ ଷ୍ଟାର କାର୍ତ୍ତିକ ଆର୍ୟନ ଓ ଚୁଲ୍ବୁଲି ନାୟିକା କ୍ରିତି ସାନନ୍ ଖୁବ୍ଶୀଘ୍ର ଏକ କମେଡି ଫିଲ୍ମ ନେଇ ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି। ବଡ ପରଦାରେ ଧମାଲ୍ ମଚେଇବାକୁ ପ୍ରସ୍ତୁତ ଥିବା ଏହି ଯୋଡି କମେଡି ଫିଲ୍ମ ‘ଲୁକା ଛପି’ରେ ନଜର ଆସିବେ। ବୁଧବାର ଏହି ଫିଲ୍ମର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଗୁରୁବାର ଏହାର ଏକ ଧମାକାଦାର ଟ୍ରେଲର ଦେଖି ଦର୍ଶକେ ହସି ହସି ବେଦମ୍ ହୋଇଛନ୍ତି। ତେବେ ଏହାର ଟ୍ରେଲର୍ ରିଲିଜ୍ ହେବା କଥା ଉଭୟ କ୍ରିତି ଓ କାର୍ତ୍ତିକ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ। ଆଉ ଏହା ରିଲିଜ୍ ହେବାର ମାତ୍ର କେଇ ମିନିଟ୍ ମଧ୍ୟରେ ପାଖାପାଖି ୪୦ ହଜାର ଥର ଏହାକୁ ଦେଖା ସରିଛି। ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ଏମାନଙ୍କ ବିବାହ। ଆସନ୍ତା ମାର୍ଚ୍ଚରେ ଏହା ରିଲିଜ୍ ହେବାକୁ ଥିବାବେଳେ ଏହାର ଟ୍ରେଲର ଦେଖି ଦର୍ଶକେ ଏବେଠାରୁ ବହୁ ଉତ୍ସୁକତାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି।