(ଜୟନ୍ତ କୁମାର ସେଠି/ଗୋପ) ; ଚଳିତ ବର୍ଷ ଝାମୁଯାତ୍ରା ପାଇଁ ମା ମଙ୍ଗଳା ପୀଠରେ ଲାଗିଲା କୋଭିଡ କଟକଣା, ଆଜି କାକଟପୁର ସ୍ଥିତ ଡାକବଙ୍ଗଳାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ଝାମୁଯାତ୍ରା ହେବ କି ନାହିଁ ସେ ବିଷୟରେ ଆଲୋଚନା ହୋଇଯାଇଥିଲା। ବୈଠକରେ କାକଟପୁର ଥାନା ଅଧିକାରୀ, କାକଟପୁର ତହସିଲଦାରଙ୍କ ସମେତ ସେବାୟତ ବୃନ୍ଦଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା ।
କରୋନା ର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟର ବିଭିନ୍ନ ଦେବୀପୀଠରେ ଆରମ୍ଭ ହେବାକୁ ଥିବା ଯାତ୍ରା ଉପରେ ସରକାରଙ୍କ ଅଙ୍କୁଶ ଲାଗିଲାଣି। କିନ୍ତୁ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ଦର୍ଶନ ବନ୍ଦ କଟକଣାକୁ ନେଇ ଶ୍ରଦ୍ଧାଳୁ ମାନେ ଦର୍ଶନରୁ ବଙ୍ଚିତ ହେବେ। ଆଉ ମାତ୍ର ଅଳ୍ପ ଦିନ ବାକି ଥିବାବେଳେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଆବଶ୍ୟକ ସ୍ଥଳେ ୧୪୪ ଧାରା ଲାଗିବ ବୋଲି ସୂଚନା ମିଳିଛି। ତହସିଲଦାର ଙ୍କ ସୂଚନା ଅନୁଯାୟୀ କେବଳ ପ୍ରତ୍ୟକ ମଙ୍ଗଳ ବାର ମାଙ୍କ ଦର୍ଶନରେ କଟକଣା ରହିବ ,ବାକି ଦିନରେ ସ୍ଥିତ ସ୍ବଭାବିକ ରହିବ ।ଏଥିସହ ମଙ୍ଗଳ ବାର ଦିନ କେବଳ ସେବାୟତ ଓ ପଣ୍ତା ମାନଙ୍କୁ ନେଇ ମାଙ୍କ ନିତିକ୍ରାନ୍ତି କରାଯିବା ସହ ସମସ୍ତ କରୋନା ନିୟମ ମାନିବାକୁ ପରାମର୍ସ ଦିଆ ଯାଇଛି ।ଅନ୍ୟପଟରେ ସେବାୟତ ଓ ପଣ୍ତା ମାନେ ପ୍ରସାସନକୁ ନିଜର କ୍ଷୋଭ ଜଣାଇ ଥିଲେ । କରୋନା ମହାମାରୀ ଭିତରେ ଗୁଜୁରାଣ ମେଣ୍ଟାଉ ନଥିବା ସେବାୟତ କିପରି ମାଙ୍କ ସେବା କରିବେ ବୋଲି ପ୍ରସାସନକୁପ୍ରଶ୍ନ କରିଥିଲେ। ଆଗାମି ଦିନରେ ଯଦି ପାଳିଆ ମାନଙ୍କ ପାଇଁ କିଛି ବ୍ୟବସ୍ଥା କରା ନଯାଏ ତେବେ ମଙ୍ଗଳାଙ୍କ ନିତି କ୍ରାନ୍ତି ବନ୍ଦର ଧମକ ଦେଇଛନ୍ତି ପଣ୍ତା ଓ ସେବାୟତ ।