କରୋନା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମା ମଙ୍ଗଳା ସେବାୟତ

0

(ଜୟନ୍ତ କୁମାର ସେଠୀ / ପୁରୀ): କାକଟପୁର ମା ମଙ୍ଗଳା ସେବାୟତଙ୍କୁ କରୋନା ଆର୍ଥିକ ସହୟତା ମିଳିନଥିବା ନେଇ ଅସନ୍ତୋଷ ଜାହିର କଲେ ମା ମଙ୍ଗଳାଙ୍କ ସେବାୟତ ।ସେବାୟତଙ୍କ ପ୍ରତି ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ମନ୍ଦିର ଦାୟିତ୍ଵରେ ଥିବା ଦେବୋତ୍ତର ବିଭାଗ ସେମାନଙ୍କୁ ସହାୟତା ପ୍ରଦାନ କରିନଥିବା ଓ ସେବାୟତଙ୍କ ପରିବାର ସଂଖ୍ୟା କାଟଛାଟ କରୁଥିବା ନେଇ ଆ ଣିଲେ ଅଭିଯୋଗ । ସେପଟେ ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ତହସିଲଦାର ।
କରୋନା କଟକଣା ପାଇଁ ସାରା ରାଜ୍ୟରେ ଧର୍ମାନୁଷ୍ଠାନ ବନ୍ଦ ରହିଥିବା ବେଳେ ଭକ୍ତଙ୍କ ପାଉଣା ଉପରେ ନିର୍ଭର କରି ଚଳୁଥିବା ସେବାୟତ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମାସ ମାସ ଧରି ମନ୍ଦିର ବନ୍ଦ ଯୋଗୁଁ ଭକ୍ତ ମାନେ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗି ରହିଥିବା ବେଳେ କେବଳ ମନ୍ଦିରର ରିତିନିତୀନୁସାରେ ପୂଜାର୍ଚ୍ଚନା କରାଯାଉଛି । ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳା ମନ୍ଦିର ସେବକ ମାନେ ଭକ୍ତଙ୍କ ପାଉଣା ଉପରେ ନିର୍ଭର କରି ଜୀବନଯାପନ କରୁଥିବା ବେଳେ କରୋନା ପାଇଁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ମାସ ମାସ ଧରି ମନ୍ଦିର ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶ ନେଇ କଟକଣା ଲାଗି ରହିଥିବାରୁ ଭକ୍ତଙ୍କ ଅନୁପସ୍ଥିତ ସେବାୟତ ମାନଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି ।

ସେପଟେ ସେବାୟତ ପରିବାର ମାନଙ୍କୁ କୋରନା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇନଥିଲେ ମଧ୍ୟ ଦେବୋତ୍ତର ବିଭାଗ ୧୫୩ ସେବାୟତ ପରିବାରକୁ ଏହି ସହାୟତା ପ୍ରଦାନ ପାଇଁ ଚିହ୍ନଟ କରିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ସେବାୟତ ପରିବାର ଦେଇଥିବା ଆକାଉଣ୍ଟକୁ ୪ ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବା ବୋଲି ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ତହସିଲଦାର ।