ନବରାତ୍ରିର ଦ୍ୱିତୀୟ ଦିନରେ ମାଁ ବ୍ରହ୍ମଚୁାରିଣୀଙ୍କୁ ଆବାହନ କରାଯାଏ । ବ୍ରହ୍ମଚାରିଣୀ ଅତ୍ୟନ୍ତ ଉଜ୍ଜ୍ୱଳ ଓ ରାଜସୀୟ । ମା’ ପ୍ରେମ, ଜ୍ଞାନ, ଓ ବିଶ୍ୱସ୍ତତାର ପ୍ରତୀକ । ସେ ଡାହାଣ ହାତରେ ରୁଦ୍ରାକ୍ଷ ଓ ବାମ ହସ୍ତରେ କମଣ୍ଡଳୁ ଧରିଥାନ୍ତି । ବେକରେ ରୁଦ୍ରାକ୍ଷ ପିନ୍ଧନ୍ତି । ବ୍ରହ୍ମ ଅର୍ଥ ତପ । ତାଙ୍କ ନାମ ବ୍ରହ୍ମଚାରିଣୀର ଅର୍ଥ ଯିଏ ତପ କରେ । ଶିବଙ୍କୁ ପାଇବା ପାଇଁ ସେ ଶତାଧିକ ବର୍ଷ ବିନା ଆହାରରେ ତପସ୍ୟା କରିଥିଲେ । ତାଙ୍କର ଦୃଢ଼ ତପୋବଳ ସ୍ୱର୍ଗ, ନର୍କ ଓ ପାତାଳରେ ହଲଚଲ ସୃଷ୍ଟି କରିଥିଲା । ଶେଷରେ ଶିବଙ୍କୁ ପାଇବାରେ ସେ ସକ୍ଷମ ହୋଇଥିଲେ । ମା’ଙ୍କୁ ଉପାସନା କଲେ ମାନସିକ ଶକ୍ତି ମିଳିଥାଏ, ଯାହା ମାନସିକ ସନ୍ତୁଳନ ଠିକ୍ ରଖିବା ସହ ଓ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ ।