ମନ୍ଦିରରୁ ଚୋରି ଘଟଣା ପରେ ମା’ ତାରାତାରିଣୀଙ୍କ ଆଜି ହେବ ମହାସ୍ନାନ

0

ଗଞ୍ଜାମ: ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାରର ମାଆ ଓ ଭଉଣୀମାନେ। ନଦୀରେ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ୧୦୮ ଗରାରେ ପାଣି ଧରିବେ ସେବାୟତମାନେ। ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି ସେବାୟତ ମାନେ ମା’ଙ୍କ ମନ୍ଦିର ଉପରକୁ ଯିବେ। ମନ୍ଦିର ଉପରେ ମା’ଙ୍କୁ ପ୍ରଥମେ ମହାସ୍ନାନ କରାଯିବ। ଏହାପରେ ଶ୍ରୀ ସୁପ୍ତ, ଦେବୀ ସୁପ୍ତ ସହ ବାତ୍ରୀ ସୁପ୍ତ ଭଳି ଏହି ତିନୋଟି ସୁପ୍ତକୁ ୧୦୮ଥର ପଠନ କରାଯିବ । ଏହାପରେ ମା’ଙ୍କ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ମାଆ ତାରାତାରିଣୀ।‌

ସୂଚନା ଅନୁଯାୟୀ, ଗତ ୬ ତାରିଖରେ ମା’ଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ରୂପା ଅଳଙ୍କାରକୁ ଚୋର ମାନେ ଚୋରି କରିଥିଲେ। ମା’ଙ୍କୁ ଚୋର ମାନେ ସ୍ପର୍ଶ କରିଥିବା ଯୋଗୁଁ ମା’ଙ୍କୁ ଏଭଳି ମହାସ୍ନାନ କରାଯିବ।