କଟକ : କଟକ ବିଜୁ ପଟ୍ଟନାୟକ ପାର୍କ ଛକ ଠାରୁ ଶୈବ୍ୟ ପୀଠ ଧବଳେଶ୍ୱର ଓ ନେସନାଲ ହାଇୱେକୁ ଯିବା ପାଇଁ ନୂଆପାଟଣା ଛକ ଠାରେ ସଂଯୋଗ କରୁଥିବା ମଧୁସୂଦନ ସେତୁରେ ବହୁଦିନ ପରେ ଆଲୋକିକରଣ କରାଯାଇଥିଲା । ସରକାର ତାଙ୍କ କଥା ରଖି ଠିକ୍ ସମୟରେ କାର୍ଯ୍ୟ ଶେଷ କରିଥିଲେ । ଗତ ୨୮ ତାରିଖରେ ଉଦଘାଟନ କରାଯାଇଥିଲା ମାତ୍ର ମାତ୍ର ଆଠ ଦିନ ପରେ ଲାଇଟ୍ ଦଶ ଭାଗ ଜଳୁଚି ଆଉ ସବୁ ଅନ୍ଧାରରେ । ଏଥିରେ ବାଟୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଥିରେ ସରକାରଙ୍କ ଦୋଷ ନା କାମ କରିଥିବା ଠିକାଦାରଙ୍କ ଦୋଷ ତାକୁ ନେଇକି ସାଧାରଣରେ ପ୍ରଶ୍ନ ଉଠୁଛି ।