ଏଣିକି ହ୍ୟାଣ୍ଡସେକ ବା କରମର୍ଦ୍ଦନ କରିବା ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ । ଯଦି କାହାକୁ ହ୍ୟାଣ୍ଡସେକ ପାଇଁ ବାଧ୍ୟ କରୁଛନ୍ତି ତେବେ ଏହାକୁ ଯୌନ ନିର୍ଯ୍ୟାତନା କୁହାଯିବ । କାରଣ ଏପରି ଏକ ମାମଲାର ଶୂଣାଣି କରି ଏହି ରାୟ ଦେଇଛନ୍ତି ୍ଣକ୍ଟ୍ରନ୍ନାଇ ହାଇକୋର୍ଟ । ଖାସକରି ମହିଳା କର୍ମଚାରୀଙ୍କୁ ହ୍ୟାଣ୍ଡସେକ ବା ଯେକୈାଣସି ଅପ୍ରିୟ ବ୍ୟବହାର କରିବାକୁ ଯୌନ ନିର୍ଯ୍ୟାତନା ବୋଲି ମାଡ୍ରାସର ମାନ୍ୟବର ହାଇକୋର୍ଟ କହିଛନ୍ତି ।
ପୋସ୍ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ବୋଲି ଜଷ୍ଟିସ୍ ଆର୍. ଏନ୍. ମଞ୍ଜୁଲା କହିଛନ୍ତି । ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ତେବେ ଏହା ଯୌନ ନିର୍ୟ୍ୟାତନାର ସଂଜ୍ଞା ମଧ୍ୟରେ ଯିବ ବୋଲି କହିଛନ୍ତି ।
ମଞ୍ଜୁଲା କହିଛନ୍ତି ଯେ କର୍ମକ୍ଷେତ୍ରରେ କାହାର ଅବାଞ୍ଛିତ ଆଚରଣ ହେଉଛି ଯୌନ ଉତ୍ପୀଡ଼ନ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୈାଣସି ଆଚରଣ ଗ୍ରହଣୀୟ ନୁହେଁ ଏବଂ ଅନ୍ୟ ବ୍ୟକ୍ତି ବିଶେଷ କରି ମହିଳାମାନେ ଏହାକୁ ଅପ୍ରୀତିକର ଏବଂ ଅବାଞ୍ଛିତ ମନେ କରନ୍ତି। ତେବେ ଏହା ନିଶ୍ଚିତ ଭାବରେ ଯୌନ ଉତ୍ପୀଡ଼ନର ପରିଭାଷା ମଧ୍ୟରେ ପଡ଼ିବ। ସେ ଆମେରିକାର ଏକ କୋର୍ଟର ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ଜଷ୍ଟିସ୍ ମଞ୍ଜୁଲା ପୋଏସ୍ ଆକ୍ଟ ବିଷୟରେ କହିଛନ୍ତି ଯେ ଯ ଗ୍ଦରଙ୍ଘଙ୍କବକ୍ଷ ନ ଉତ୍ପୀଡ଼ନର ପରିଭାଷାରେ ‘ଉଦ୍ଦେଶ୍ୟ’ ଅପେକ୍ଷା ‘କାର୍ୟ୍ୟ’କୁ ଅଧିକ ଗୁରୁତ୍ୱ ଦିଆଯାଇଛି।